ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦଳା ସିହ୍ନାଙ୍କ ଦେହାନ୍ତ | News Room Odisha

ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦଳା ସିହ୍ନାଙ୍କ ଦେହାନ୍ତ

ପାଣାଜି – ଗୋଆର ପୂର୍ବତନ ତଥା ପ୍ରଥମ ମହିଳା ରାଜ୍ୟପାଳ ମୃଦଳା ସିହ୍ନାଙ୍କ ବୁଧବାର ଦେହାନ୍ତ ହୋଇଯାଇଛି । ତାଙ୍କୁ ୭୭ ବର୍ଷ ହୋଇଥିଲା । ମୃଦଳାଙ୍କ ଜନ୍ମ ୧୯୪୨ରେ ବିହାରର ଛପ୍ରା ଜିଲ୍ଲାରେ ହୋଇଥିଲା । ସେ ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ । ମୃଦଳା ବିଜେପି ମହିଳା ମୋର୍ଚ୍ଚାର ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ହିନ୍ଦୀ ସାହିତ୍ୟର ଜଣେ ସୁନାମଧନ୍ୟ ଲେଖିକା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ମୃଦଳାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।