‘ଗୋ କରୋନା ଗୋ’ ପରେ ଅଠାୱଲେଙ୍କ ନୂଆ ସ୍ଲୋଗାନ୍ ‘ନୋ କରୋନା ନୋ’ | News Room Odisha

‘ଗୋ କରୋନା ଗୋ’ ପରେ ଅଠାୱଲେଙ୍କ ନୂଆ ସ୍ଲୋଗାନ୍ ‘ନୋ କରୋନା ନୋ’

ନୂଆଦିଲ୍ଲୀ – ‘ଗୋ କରୋନା ଗୋ’ ସ୍ଲୋଗାନ ପାଇଁ ଚର୍ଚ୍ଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କରୋନାର ନୂଆ ଷ୍ଟ୍ରେନ୍ ପାଇଁ ମଧ୍ୟ ଏକ ସ୍ଲୋଗାନ୍ ପ୍ରସ୍ତୁତ କରିଛନ୍ତି । ନୂଆ ଷ୍ଟ୍ରେନ୍ ପାଇଁ ସେ ‘ନୋ କରୋନା ନୋ’ ସ୍ଲୋଗାନ ଦେଇଛନ୍ତି । ଅଠାୱଲେ କହିଛନ୍ତି ଯେ, ସେ ପୂର୍ବରୁ ‘ଗୋ କରୋନା ଗୋ’ ସ୍ଲୋଗାନ ଦେଇଥିଲେ । ତାଙ୍କର ଏହି ସ୍ଲୋଗାନ ପରେ କରୋନା ଆମଠାରୁ ଦୂରେଇବାର ଲାଗିଛି । ସେହିପରି ଏବେ କରୋନାର ନୂଆ ଷ୍ଟ୍ରେନ୍ ବିରୋଧରେ ସେ ‘ନୋ କରୋନା ନୋ’ ସ୍ଲୋଗାନ ଦେବେ ବୋଲି ଅଠାୱଲେ କହିଛନ୍ତି । ପୂର୍ବରୁ ଅଠାୱଲେଙ୍କ ‘ଗୋ କରୋନା ଗୋ’ ସ୍ଲୋଗାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । କରୋନା ବିରୋଧରେ ତାଙ୍କର ନୂଆ ସ୍ଲୋଗାନ ‘ନୋ କରୋନା ନୋ’କୁ ନେଇ ମଧ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜଣେ ୟୁଜର ମଜାଳିଆ ଢ଼ଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି – ଏଭଳି ସ୍ଲୋଗାନ ପାଇଁ ଅଠାୱଲେଙ୍କୁ ଓସ୍କାର ପୁରସ୍କାର ମିଳିବା ଉଚିତ ।

New COVID-19 StrainNo Corona No