ଚାକିରି ଠକେଇ ନେଇ ଆକାଶଙ୍କ ମୁଖା ଖୋଲିଲେ ପିଏ ପିଟର | News Room Odisha

ଚାକିରି ଠକେଇ ନେଇ ଆକାଶଙ୍କ ମୁଖା ଖୋଲିଲେ ପିଏ ପିଟର

ଭୁବନେଶ୍ୱର- ଚାକିରି ଠକେଇ ମାମଲାରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ମୁଖା ଖୋଲିଛନ୍ତି ତାଙ୍କ ପିଏ ଡେଭିଟ ପିଟର । ସେ କହିଛନ୍ତି ଯେ, ଓଡିଶାରୁ ସର୍ବେଶ୍ୱର ରାଓ ଚାକିରି ଆବେଦନକାରୀଙ୍କ ତାଲିକା ପଠାଉଥିଲେ । ଭୁବନେଶ୍ୱରର ବିଭିନ୍ନ କ୍ୟାମ୍ପସ ନିଯୁକ୍ତି କରାଉଥିଲେ ସର୍ବେଶ୍ୱର । ତାଙ୍କ ଆଗରେ କେବେ ବି ଟଙ୍କା ଡିଲ୍ କଥା ହୋଇନାହିଁ ବୋଲି ପିଟର କହିଛନ୍ତି । ପିଟର କହିଛନ୍ତି ଯେ, ଏହି ମାସରେ ଆକାଶଙ୍କର ବାହାଘର ହେବାର ଥିଲା । ଏଥିପାଇଁ ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ ବୁକ୍ ହୋଇଥିଲା । ୨୦ ଲକ୍ଷ ଟଙ୍କାର ଆଡଭାନ୍ସ ଦିଆଯାଇଥିଲା ବୋଲି ପିଟର କହିଛନ୍ତି । ୱେଡିଂ ପ୍ଲାନରଙ୍କୁ ମଧ୍ୟରୁ ୫ ଲକ୍ଷ ଆଡଭାନ୍ସ ଦିଆଯାଉଥିଲା । ସବୁ ଟଙ୍କା ଆକାଉଂଟକୁ ଟ୍ରାନ୍ସଫର ହେଉଥିଲା ବୋଲି ପିଟର କହିଛନ୍ତି । ପିଟର କହିଛନ୍ତି ଯେ, ସେ ୨୦୧୯ରେ ଅନଲାଇନରେ ପିଏ ପଦବୀ ପାଇଁ ଆବେଦନ କରିଥିଲେ । ସେ ତାଙ୍କ ବ୍ୟକ୍ତିଗତ କାମ ବୁଝୁଥିଲେ । ଅଫିସ କଥା ସେ ବୁଝୁ ନ ଥଲେ ବୋଲି ପିଟର କହିଛନ୍ତି । ଆକାଶଙ୍କ ପାଖରେ ଟାଟାର ଲେଟର ହେଡ୍ , ଭିଜିଟିଂ କାର୍ଡ ଓ ଆଇଡି ଥିଲା । କିନ୍ତୁ ସେ କେବେ ବି ତାଙ୍କୁ ଅଫିସକୁ ନେଇ ନ ଥିଲେ ବୋଲି ପିଟର କହିଛନ୍ତି । ଆକାଶଙ୍କ ୨ଟି ଘର ଓ ଗୋଟିଏ ଫାର୍ମ ହାଉସ ଭଡାରେ ଥିଲା ବୋଲି ସେ ସୂଚନା ଦେଇଛନ୍ତି ।