ଚାରି ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ମାର୍ଚ୍ଚ ୨୭ରୁ ଆରମ୍ଭ, ମେ’ ୨ରେ ଗଣତି | News Room Odisha

ଚାରି ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ମାର୍ଚ୍ଚ ୨୭ରୁ ଆରମ୍ଭ, ମେ’ ୨ରେ ଗଣତି

ନୂଆଦିଲ୍ଲୀ – ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ନିର୍ବାଚନ କମିଶନ ଆଜି ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ସମେତ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମାର୍ଚ୍ଚ ୨୭ରୁ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ମେ ୨ରେ ଫଳାଫଳ ଘୋଷଣା ହେବ ।
ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ଆଠଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଆସାମରେ ମାର୍ଚ୍ଚ ୨୭ରୁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । ତାମିଲନାଡୁ, ପୁଡୁଚେରୀ ଓ କେରଳରେ ଏପ୍ରିଲ ୬ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ସବୁ ରାଜ୍ୟ ଗୁଡିକରେ ୧୮ କୋଟିରୁ ଊର୍ଦ୍ଧ୍ୱ ଭୋଟର ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବେ ।

ପଶ୍ଚିମବଙ୍ଗରେ ୨୯୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ତାମିଲନାଡୁରେ ୨୩୪, କେରଳରେ ୧୪୦, ଆସାମରେ ୧୨୬ ଏବଂ ପୁଡୁଚେରୀରେ ୩୦ଟି ଆସନ ପାଇଁ ନିର୍ବାଚନ ହେବ ।