ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ୍ ନିଷ୍ପତ୍ତି ନେବ: ସୁପ୍ରିମକୋର୍ଟ | News Room Odisha

ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ୍ ନିଷ୍ପତ୍ତି ନେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦିଆଯିବ କି ନାହିଁ ସେନେଇ ଦିଲ୍ଲୀ ପୋଲିସ୍ ନିଷ୍ପତ୍ତି ନେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଟ୍ରାକ୍ଟର ରାଲିକୁ ବିରୋଧ କରି ଦିଲ୍ଲୀ ପୋଲିସର ପିଟିସନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ପ୍ରବେଶ ଅନୁମତି ମିଳିବ କି ନାହିଁ ପୁଲିସ୍ ନିଷ୍ପତ୍ତି ନେବ । କାରଣ ଏହା ଆଇନ ଶୃଙ୍ଖଳା ପ୍ରସଙ୍ଗ । ତେଣୁ ଏହା ଉପରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ପୋଲିସର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି । ଏଥିସହ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ବୁଧବାର ହେବ ।

ଚାଷୀଙ୍କ ଟ୍ରାକ୍ଟର ରାଲି ଉପରେ କଟକଣା ଲଗାଇବାକୁ ଦିଲ୍ଲୀ ପୋଲିସ୍ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲା । ଗଣତନ୍ତ୍ର ଦିବସକୁ ଭଣ୍ଡୁର କରିବା ପାଇଁ କୌଣସି ରାଲି କିମ୍ବା ପ୍ରତିବାଦ ଶୋଭାଯାତ୍ରା ଦେଶ ପାଇଁ ଏକ ଜାତୀୟ ଲଜ୍ଜା ପାଲଟିବ । ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଦେଶର ଛବି ଖରାପ ହେବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ । ଗଣତନ୍ତ୍ର ଦିବସ ଯେଭଳି ବ୍ୟାହତ ନ ହୁଏ ସେଥିପାଇଁ ଟ୍ରାକ୍ଟର ରାଲି ଉପରେ ରୋକ୍ ଲଗାଯାଉ ବୋଲି ଦିଲ୍ଲୀ ପୋଲିସ୍ ଦାବି କରିଥିଲା ।

Farmers' Protestsupreme court