ଟିକା ନେବାର ୯ ଦିନ ପରେ ଆଶାକର୍ମୀଙ୍କ ମୃତ୍ୟୁ | News Room Odisha

ଟିକା ନେବାର ୯ ଦିନ ପରେ ଆଶାକର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ – କୋଭିଡ -୧୯ ଟିକା ନେବାର ନଅ ଦିନ ପରେ ହରିୟାଣାର ପାନିପତରେରେ ଜଣେ ଆଶାକର୍ମୀଙ୍କ ମୃତ୍ୟୁ ଘଟିଛି। ଫେବୃଆରୀ ୩ରେ ୩୫ ବର୍ଷୀୟା କବିତା ଟିକା ନେଇଥିଲେ। କର୍ତ୍ତୃପକ୍ଷ କହିଛନ୍ତି ଯେ ଅନ୍ୟ ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ସେ ମୃତ୍ୟୁବରଣ କରିଥିବେ।
ସୂଚନାନୁସାରେ, କବିତାଙ୍କୁ ପାନିପତ ଜିଲ୍ଲା ଅଟୱାଲା ଗାଁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ଦିଆଯାଇଥିଲା। ପରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ତାଙ୍କୁ ଜ୍ୱର ହୋଇଥିଲା । ତାଙ୍କ ପରିବାର ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ପ୍ରଶାସନ ତାଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିନଥିଲା ।