ଟିକା ନେବା ସତ୍ତ୍ୱେ କରୋନା ସଂକ୍ରମିତ ହେଲେ ପରେଶ ରାୱଲ | News Room Odisha

ଟିକା ନେବା ସତ୍ତ୍ୱେ କରୋନା ସଂକ୍ରମିତ ହେଲେ ପରେଶ ରାୱଲ

ମୁମ୍ବାଇ – ଟିକା ନେବାର କିଛି ଦିନ ପରେ ଭେଟେରାନ ଅଭିନେତା ପରେଶ ରାୱଲ କରୋନାରେ ସଂକ୍ରମିତ ହୋଇଛନ୍ତି । କୋଭିଡ୍ ପଜିଟିଭ୍ ହେବା ନେଇ ସେ ନିଜେ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି । କିଛିଦିନ ତଳେ ପରେଶ ରାୱଲ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍ ନେଇଥିଲେ ।

ଗତ ୧୦ ଦିନ ମଧ୍ୟରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜର କୋଭିଡ୍ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।
ଫିଲ୍ମ ନିର୍ମାତା ରାମେଶ ତୌରାନି ମଧ୍ୟ ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିବା ସତ୍ତ୍ୱେ କରୋନା ପଜିଟିଭ୍ ହୋଇଥିବା ନେଇ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ।

ନିକଟରେ ବହୁ ବଲିଉଡ୍ ସେଲିବ୍ରିଟି ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆମିର ଖାନଙ୍କ ସମେତ ରଣବୀର କପୁର, ଆର.ମାଧବନ ଓ ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଥିଲେ । ଇତିମଧ୍ୟରେ ରଣବୀର କରୋନାରୁ ସୁସ୍ଥ ହୋଇଛନ୍ତି । ତାଙ୍କ ସଦ୍ୟତମ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି ।