ଟିମ୍ ଇଣ୍ଡିଆକୁ ଝଟକା: ଇଂଲଣ୍ଡ ବିପକ୍ଷ ପୁରା ସିରିଜରୁ ଜାଡେଜା ବାଦ୍ | News Room Odisha

ଟିମ୍ ଇଣ୍ଡିଆକୁ ଝଟକା: ଇଂଲଣ୍ଡ ବିପକ୍ଷ ପୁରା ସିରିଜରୁ ଜାଡେଜା ବାଦ୍

ନୂଆଦିଲ୍ଲୀ – ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡ ଠାରୁ ପରାସ୍ତ ହେବା ପରେ ଭାରତୀୟ ଦଳ ସିରିଜକୁ ଫେରିବା ପାଇଁ ଚାପରେ ରହିଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଥିବା ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି। ଆଙ୍ଗୁଠିରେ ଆଘାତ ଯୋଗୁଁ ଦଳର ଅଗ୍ରଣୀ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପୁରା ସିରିଜରୁ ବାଦ୍ ପଡିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ମ୍ୟାଚରେ ଜାଡେଜା ଆଘାତପ୍ରାପ୍ତ ହୋଇଥିଲେ । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ସେ ଅଂଶ ନଥିଲେ। ଆଶା କରାଯାଉଥିଲା ଯେ ସିରିଜର ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଜାଡେଜା ଫିଟ୍ ହେବେ । କିନ୍ତୁ ଜାଡେଜା ଏପର୍ଯ୍ୟନ୍ତ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଯେଉଁଥିପାଇଁ ତାଙ୍କୁ ସିରିଜରୁ ବାଦ ଦିଆଯାଇଛି ।

ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ସମୟରେ ଭାରତୀୟ ଦଳ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଅନୁଭବ କରିଥିଲା । ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଶାହାବାଜ ନଦୀମ ସେଭଳି ଚମତ୍କାର କରିପାରି ନଥିଲେ। ପ୍ରଥମ ଟେଷ୍ଟ ମ୍ୟାଚରେ ୱାଶିଂଟନ୍ ସୁନ୍ଦର ମଧ୍ୟ ଅତ୍ୟନ୍ତ ଦୁର୍ବଳ ବୋଲିଂ କରିଥିଲେ । ଯେଉଁଥିପାଇଁ ଅଶ୍ୱିନଙ୍କ ଉପରେ ଚାପ ବଢିଯାଇଥିଲା।