ଟୁଲ୍‌କିଟ୍ ମାମଲା: ଦିଶା ରବିଙ୍କୁ ଜାମିନ ମିିଳିଲା | News Room Odisha

ଟୁଲ୍‌କିଟ୍ ମାମଲା: ଦିଶା ରବିଙ୍କୁ ଜାମିନ ମିିଳିଲା

ନୂଆଦିଲ୍ଲୀ – କୃଷକ ଆନ୍ଦୋଳନ ସହ ଜଡିତ ଟୁଲ୍‌କିଟ୍ ମାମଲାରେ ପରିବେଶକର୍ମୀ ଦିଶା ରବିଙ୍କୁ ଜାମିନ ମିଳିଛି । ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ୨୧ ବର୍ଷୀୟା ଦିଶାଙ୍କୁ ଜାମିନ ମଞ୍ଜୁର କରିଛନ୍ତି । ଦିଶାଙ୍କ ଜାମିନ ଆବେଦନ ଉପରେ ଗତ ଶନିବାର ଶୁଣାଣି ହୋଇଥିଲା ।

କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ।
ଗତକାଲି ଦିଶାଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଶେଷ ହୋଇଥିଲା । ତେବେ ତାଙ୍କୁ ଦିନକ ପାଇଁ କୋର୍ଟ ପୋଲିସ ହାତଜକୁ ପଠାଇଥିଲେ । ପୋଲିସ୍ ତାଙ୍କର ଆଉ ପାଞ୍ଚ ଦିନ ରିମାଣ୍ଡ ଚାହୁଁଥିଲା । ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି କେବଳ ଦିନକ ପାଇଁ ରବିଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ,ଟୁଲ୍‌କିଟ୍ ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଆଇନଜୀବୀ ନିକିତା ଜାକୋବ ଓ ଇଞ୍ଜିନିୟର ଶାନ୍ତନୁ ମୁଲୁକଙ୍କୁ ଆଜି ପୋଲିସ୍ ପଚରା ଉଚରା କରିଛି ।

କୃଷକ ଆନ୍ଦୋଳନ ସମର୍ଥନରେ ସ୍ୱିଡେନର ପରିବେଶ କର୍ମୀ ଗ୍ରେଟା ଥନବର୍ଗ ସୋସିଆଲ ମିଡିଆରେ ଯେଉଁ ‘ଟୁଲ୍‌କିଟ୍ ଗୁଗଲ ଡକ୍ୟୁମେଣ୍ଟ୍‌’ ସେୟାର କରିଥିଲେ, ସେନେଇ ପୋଲିସ୍ ତଦନ୍ତ କରୁଛି ।