ଢେଙ୍କାନାଳ କରଡାବଣିରେ ବେଆଇନ ଖଣିରେ ଚଢାଉ ବେଳେ ମାଫିଆଙ୍କ ଆକ୍ରମଣ, ୫ ବନ ବିଭାଗ କର୍ମଚାରୀ ଆହତ | News Room Odisha

ଢେଙ୍କାନାଳ କରଡାବଣିରେ ବେଆଇନ ଖଣିରେ ଚଢାଉ ବେଳେ ମାଫିଆଙ୍କ ଆକ୍ରମଣ, ୫ ବନ ବିଭାଗ କର୍ମଚାରୀ ଆହତ

ଢେଙ୍କାନାଳ – ଢେଙ୍କାନାଳ ନିହଲପ୍ରସାଦର କରଡାବଣିରେ ଚାଲୁଥିବା ଏକ ବେଆଇନ ଖଣିରେ ଚଢାଉ ବେଳେ ବନ ବିଭାଗର କର୍ମଚାରୀଙ୍କୁ ଆକ୍ରମଣ କରାଯାଇଛି । ଖଣି ମାଫିଆମାନେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଏଥିରେ ବନ ବିଭାଗର ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ବରପଦା ବଡ ମେଡିକାଲରେ ଭର୍ତି କରାଯାଇଛି । ଖବର ମିଳିଛି ଯେ, ୨୫ ଜଣ ଖଣି ମାଫିଆ ଆକ୍ରମଣ କରି କର୍ମଚାରୀଙ୍କଠାରୁ ସର୍ଭିସ ବନ୍ଧୁକ ଛଡାଇ ନେଇଛନ୍ତି ।