ତାମିଲନାଡୁ ନିର୍ବାଚନ: ଏଆଇଏଡିଏମ୍‌କେ-ବିଜେପି ମେଣ୍ଟରୁ ଓହରିଲା ଡିଏମ୍‌ଡିକେ | News Room Odisha

ତାମିଲନାଡୁ ନିର୍ବାଚନ: ଏଆଇଏଡିଏମ୍‌କେ-ବିଜେପି ମେଣ୍ଟରୁ ଓହରିଲା ଡିଏମ୍‌ଡିକେ

ଚେନ୍ନାଇ – ତାମିଲନାଡୁରେ ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମ୍‌କେ-ବିଜେପି ମେଣ୍ଟକୁ ଝଟକା ଲାଗିଛି । ଏହି ମେଣ୍ଟରୁ ଅଭିନେତା ବିଜୟକାନ୍ତଙ୍କ ଦଳ ଡିଏମଡିକେ ଓହରି ଯାଇଛି । ଆସନ ଭାଗବଣ୍ଟାକୁ ନେଇ ଦଳ ଏଭଳି ନିଷ୍ପତ୍ତି ନେଇଛି ।

ତିନି ରାଉଣ୍ଡ ଆଲୋଚନା ପରେ ମଧ୍ୟ ଦାବି ମୁତାବକ ଆସନ ଏଆଇଏଡିଏମ୍‌କେ ଦେବାକୁ ମନା କରିଥିଲା ବୋଲି ଏଡିଏମ୍‌କେ କହିଛି ।
ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ୍ ୬ରେ ଭୋଟ୍ ଗ୍ରହଣ ହେବ । ମେ ୨ରେ ଫଳାଫଳ ଘୋଷଣା ହେବ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଏଡିଏମ୍‌କେ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢ଼ିବ । ୨୦୧୯ ଲୋକସଭା ନିର୍ବାଚନରେ ଏଆଇଏଡିଏମ୍‌କେ-ବିଜେପି ମେଣ୍ଟ ୩୯ଟି ଆସନରୁ ୩୮ଟିରେ ହାରିଥିଲା । ଲୋକସଭା ନିର୍ବାଚନରେ ଡିଏମ୍‌କେ-କଂଗ୍ରେସ ମେଣ୍ଟ ବାଜି ମାରିନେଇଥିଲା । ଆଗାମୀ ବିଧାନସଭା ନିର୍ବାଚନରେ ବି ଦଳ ବିପୁଳ ବିଜୟ ହାସଲ କରିବ ବୋଲି ଡିଏମ୍‌କେ-କଂଗ୍ରେସ ମେଣ୍ଟ ଆଶା ବ୍ୟକ୍ତ କରିଛି ।