ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ସଂପ୍ରସାରଣ ପାଇଁ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି | News Room Odisha

ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ସଂପ୍ରସାରଣ ପାଇଁ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର – କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ସଂପ୍ରସାରଣ ପ୍ରସଙ୍ଗରେ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ତାପଜ ବିଦ୍ୟୁତ କେନ୍ଦ୍ରର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ଦାବି କରିଛନ୍ତି ନବୀନ । ୧୩୨୦ ମେଗାୱାଟ ପ୍ରକଳ୍ପର ସଂପ୍ରସାରଣକୁ ଓଡିଶା ଅନୁମତି ଦେଇସାରିଛି । କିନ୍ତୁ ଏନଟିପିସି ଏହାକୁ ଏ ଯାଏଁ କାର୍ଯ୍ୟକାରୀ କରି ନଥିବା ଜଣାଇଛନ୍ତି ନବୀନ । ମାର୍ଚ୍ଚ ୩୧ରେ ପ୍ରକଳ୍ପ ବନ୍ଦ ହେଲେ ହଜାର ହଜାର ପରିବାର ପ୍ରଭାବିତ ହେବେ । ଏନଟିପିସିକୁ ଏ ନେଇ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।