ଦାଦାବଟି ନେଉଥିବା ବେଳେ ଫାଣ୍ଡି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ | News Room Odisha

ଦାଦାବଟି ନେଉଥିବା ବେଳେ ଫାଣ୍ଡି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଫସିଛନ୍ତି ମୟୂରଭଞ୍ଜ ଜିଲ୍ଲା ଝରାଡିହି ଫାଣ୍ଡି ଅଧିକାରୀ । ଦାଦାବଟି ନେବା ବେଳେ ଏଏସଆଇ ସତ୍ୟବାନ ଗିରିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଭିଯୋଗ ହୋଇଛି ଯେ, ଅନେକ ସମୟରେ ଫାଣ୍ଡି ଅଧିକାରୀ ଗିରି ମଦ ବ୍ୟବସାୟୀଙ୍କୁ ଧମକ ଚମକ ଦେଇ ଦାଦାବଟି ଆଦାୟ କରୁଥିଲେ । ଏ ନେଇ ଭିଜିଲାନ୍ସରେ ଅଭିଯୋଗ ହେଉଥିଲା । ଏଏସଆଇ ଗିରି ୯ ହଜାର ଟଙ୍କା ଦାଦାବଟି ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରି ଗିରଫ କରିଥିଲା । ପରେ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ ତାଙ୍କ ବାସଭବନରେ ଚଢାଉ କରିଛି ।