ଦିଲ୍ଲୀରେ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ | News Room Odisha

ଦିଲ୍ଲୀରେ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ

ନୂଆଦିଲ୍ଲୀ – ଦିଲ୍ଲୀରେ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଅନେକ ଗାଡ଼ିର କାଚ ଭାଙ୍ଗିଯାଇଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଘଟଣାସ୍ଥଳରେ ପହଞ୍ଚିଛି। ସୂଚନାନୁସାରେ, ଏନଆଇଏ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବୋମା ଏବଂ ଡଗ୍ ସ୍କ୍ବାଡ ମଧ୍ୟ ପହଞ୍ଚିଛନ୍ତି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହି ଅଞ୍ଚଳରେ ସ୍ଥାପିତ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।

ସୂଚନାନୁସାରେ, ସନ୍ଧ୍ୟା ପ୍ରାୟ ୫.୪୫ ମିନିଟ ସମୟରେ ଇସ୍ରାଏଲ୍ ଦୂତାବାସ ଠାରୁ ୧୫୦ ମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିଲା । ପ୍ରାଥମିକ ତଦନ୍ତରୁ ବତଲରେ ବୋମା ଲୁଚାଇ ରଖାଯାଇଥିଲା ବୋଲି ସନ୍ଦେହ କରାଯାଉଛି ।

ଦିଲ୍ଲୀ ପୋଲିସ କହିଛି, ୫ ଏପିଜେ ଅବଦୁଲ କଲାମ ରୋଡ ନିକଟରେ ଜିନ୍ଦଲ ହାଉସ ପାଖରେ ଆଇଡି ରଖାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି କି କୌଣସି କ୍ଷୟକ୍ଷତି ହୋଇନାହିଁ। ନିକଟରେ ପାର୍କିଂ ହୋଇଥିବା ତିନୋଟି ଗାଡ଼ିର କାଚ ଭାଙ୍ଗିଯାଇଛି ।

ଅଗ୍ନିଶମ ବିଭାଗର ଅଧିକାରୀ ପ୍ରେମ ପାଲ୍ କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୫:୪୫ ସମୟରେ ଆମେ ବିସ୍ଫୋରଣ ବିଷୟରେ ସୂଚନା ପାଇଲା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲୁ | ଏହି ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନାହିଁ। ୨୦୧୨ ରେ ମଧ୍ୟ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଥିଲା ।