ଦୁଇବର୍ଷ ପରେ ସର୍ବୋଚ୍ଚ ସ୍ତରରେ ତେଲ ଦର | News Room Odisha

ଦୁଇବର୍ଷ ପରେ ସର୍ବୋଚ୍ଚ ସ୍ତରରେ ତେଲ ଦର

ନୂଆଦିଲ୍ଲୀ – ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢ଼ିଛି । ରବିବାର ପଟ୍ରୋଲ ଲିଟର ପିଛା ୨୮ ପଇସା ଓ ଡିଜେଲ ୨୯ ପଇସା ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ କ୍ରମାଗତ ପଞ୍ଚମ ଥର ପାଇଁ ତେଲ ଦର ବୃଦ୍ଧି ହୋଇଛି । ନୂଆ ଦର ଅନୁସାରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲଟିର ପିଛା ୮୩.୪୧ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ବଢ଼ି ୮୩.୧୩ ଟଙ୍କା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଟପିଥିବା ବେଳେ ଡିଜେଲ ଦର ୮୦ ଟଙ୍କା ଉପରେ ରହିଛି । କ୍ରମାଗତ ପଞ୍ଚମ ଓ ନଭେମ୍ବର ୨୦ ପରଠୁ ୧୪ ଥର ପାଇଁ ତେଲ ଦରରେ ବୃଦ୍ଧି ଘଟିଛି । ସେପ୍ଟେମ୍ବର ୨୦୧୮ ପରେ ତେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଗତ ୧୭ ଦିନ ମଧ୍ୟରେ ପଟ୍ରୋଲ ୨.୩୫ ଟଙ୍କା ଓ ଡିଜେଲ ୩.୧୫ ଟଙ୍କା ମହଙ୍ଗା ହୋଇଛି । ଆଇଓସି, ବିପିସିଏଲ ଓ ଏଚପିସିଏଲ୍ ଭଳି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଅର୍ନ୍ତଜାତୀୟ ଦର ଓ ବିଦେଶୀ ମୁଦ୍ର ବିନିମୟ ମୂଲ୍ୟ ଆଧାରରେ ଦୈନିକ ତେଲ ଦର ଧାର୍ଯ୍ୟ କରିଥାନ୍ତି ।