ଦୁର୍ନୀତିଗ୍ରସ୍ତ ଦେଶମାନଙ୍କ ତାଲିକାରେ ୮୬ତମ ସ୍ଥାନକୁ ଖସିଲା ଭାରତ, ନ୍ୟୁଜିଲାଣ୍ଡ ସବୁଠୁ ସ୍ୱଚ୍ଛ | News Room Odisha

ଦୁର୍ନୀତିଗ୍ରସ୍ତ ଦେଶମାନଙ୍କ ତାଲିକାରେ ୮୬ତମ ସ୍ଥାନକୁ ଖସିଲା ଭାରତ, ନ୍ୟୁଜିଲାଣ୍ଡ ସବୁଠୁ ସ୍ୱଚ୍ଛ

ମୁମ୍ବାଇ – ଦୁର୍ନୀତି କ୍ଷେତ୍ରରେ ଭାରତର ମାନ୍ୟତା ଆହୁରି ତଳକୁ ଖସିଛି । ଟ୍ରାନ୍ସପରେନ୍ସ ଇଣ୍ଟରନ୍ୟାସନାଲ ତରଫରୁ ୧୮୦ ଦେଶକୁ ନେଇ ପ୍ରସ୍ତୁତ ଦୁର୍ନୀତି ସୂଚକାଙ୍କ-୨୦୨୦ ତାଲିକାରେ ଭାରତ ୮୦ତମ ସ୍ଥାନରୁୁ ୮୬ତମ ସ୍ଥାନକୁ ଖସି ଆସିଛି । ଭାରତ ତୁଳନାରେ ପଡ଼ୋଶୀ ଦେଶ ଚୀନ୍‌ର ମାନ୍ୟତା ଉନ୍ନତ ରହିଛି । ଚୀନ୍ ଏହି ତାଲିକାରେ ୭୮ତମ ସ୍ଥାନରେ ରହିଛି । ପାକିସ୍ତାନ ୧୨୪ତମ ସ୍ଥାନରେ ଥିବା ବେଳେ ବାଂଲାଦେଶ ୧୪୬ତମ ସ୍ଥାନରେ ରହିଛି । ଦୁର୍ନୀତି ନିବାରଣ କ୍ଷେତ୍ରରେ ଭାରତକୁ ୧୦୦ରୁ ୪୦ ପଏଣ୍ଟ ମିଳିଛି । ଚୀନକୁ ୪୨ ଓ ପାକିସ୍ତାନକୁ ୩୧ ପଏଣ୍ଟ ମିଳିଛି ।

ଏହି ତାଲିକାରେ ନ୍ୟୁଜିଲାଣ୍ଡ ଶୀର୍ଷରେ ରହିଛି । ଅର୍ଥାତ୍ ନ୍ୟୁଜିଲାଣ୍ଡ ହେଉଛି ସବୁଠୁ କମ୍ ଦୁର୍ନୀତିଗ୍ରସ୍ତ ତଥା ସ୍ୱଚ୍ଛ ଦେଶ । ନ୍ୟୁଜିଲାଣ୍ଡ ସହ ଡେନମାର୍କ ମଧ୍ୟ ମିଳିତ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଉଭୟ ନ୍ୟୁଜିଲାଣ୍ଡ ଓ ଡେନମାର୍କକୁ ୧୦୦ରୁ ୮୮ ପଏଣ୍ଟ୍ ମିଳିଛି । ଟପ୍‌-୫ରେ ଫିନଲାଣ୍ଡ, ସ୍ୱିଜରଲାଣ୍ଡ, ସିଙ୍ଗାପୁର ଓ ସ୍ୱିଡେନ୍ ରହିଛନ୍ତି । ସବୁଠୁ ବେଶି ଦୁର୍ନୀତିଗ୍ରସ୍ତ ଦେଶ ହେଉଛନ୍ତି ସିରିୟା, ସୋମାଲିଆ ଓ ଦକ୍ଷିଣ ସୁଦାନ । ୧୮୦ ଦେଶ ମଧ୍ୟରୁ ଏହି ତିନୋଟି ଦେଶ ସବା ଶେଷ ତିନୋଟି ସ୍ଥାନରେ ରହିଛନ୍ତି ।