ନକଲି ସାମଗ୍ରୀ ଧରିବା ପାଇଁ ଅନ୍ତଃ ବିଭାଗୀୟ ଟିମ୍ ଚଢାଉ କରିବ | News Room Odisha

ନକଲି ସାମଗ୍ରୀ ଧରିବା ପାଇଁ ଅନ୍ତଃ ବିଭାଗୀୟ ଟିମ୍ ଚଢାଉ କରିବ

ଭୁବନେଶ୍ୱର- ରାଜ୍ୟରେ ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀ ଜବତ କରିବା ପାଇଁ ଅନ୍ତଃ ବିଭାଗୀୟ ଟିମ୍ ଗଠନ କରାଯାଇ ଚଢାଉ କରାଯିବ । ବିଭିନ୍ନ ସ୍ଥାନରେ ଚଢାଉ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି । ତେବେ, ନକଲି ସାମଗ୍ରୀ ବାବଦରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି ବୋଲି ସେ କହିଛନ୍ତି । ଖାଉଟି ଫୋରମକୁୁ ଅଧିକ ସଚେତନ କରାଯାଉଛି ।ନକଲି ସାମଗ୍ରୀ ଧରିବା ପାଇଁ ସ୍ୱାସ୍ଥ୍‌୍ୟ ଓ ଯୋଗାଣ ବିଭାଗ ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।