ନର୍ସ ମାନଙ୍କ ତ୍ୟାଗ ଓ ନିଷ୍ଠା ପ୍ରଶଂସନୀୟ : ନବୀନ | News Room Odisha

ନର୍ସ ମାନଙ୍କ ତ୍ୟାଗ ଓ ନିଷ୍ଠା ପ୍ରଶଂସନୀୟ : ନବୀନ

ଭୁବନେଶ୍ୱର: ଆଜି ବିଶ୍ବ ନର୍ସିଂ ଦିବସ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସ ମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ନିଜର ବ୍ୟକ୍ତିଗତ ସୁଖ ଦୁଃଖ କୁ ପଛରେ ପକାଇ ସେମାନେ ଯେପରି ରୋଗୀଙ୍କୁ ନିଷ୍ଠାର ସହ ସେବା ଯୋଗାଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ ।

Chief Minister Naveen Patnaik