ପରମାଣୁ ଶକ୍ତିସଂପନ୍ନ ‘ଶୌର୍ଯ୍ୟ’ର ନୂଆ ଭର୍ସନର ସଫଳ ପରୀକ୍ଷା | News Room Odisha

ପରମାଣୁ ଶକ୍ତିସଂପନ୍ନ ‘ଶୌର୍ଯ୍ୟ’ର ନୂଆ ଭର୍ସନର ସଫଳ ପରୀକ୍ଷା

ବାଲେଶ୍ୱର- ଓଡିଶା ଉପକୂଳ ସମୁଦ୍ର ମଧ୍ୟରୁ ଆଜି ଭାରତ ପରମାଣୁ ଶକ୍ତିସଂପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି । ‘ଶୌର୍ଯ୍ୟ’ର ନୂଆ ଭର୍ସନର ସଫଳ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି । ଭୃପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୮ଶହ କିଲୋମିଟର ରହିଛି । ସେନାବାହିନୀରେ ଥିବା ଏହି ଶ୍ରେଣୀୟ ଅନ୍ୟ ଗୋଟିଏ କ୍ଷେପଣାସ୍ତ୍ରର ପରିପୂରକ ହେବା ଲାଗି ‘ଶୌର୍ଯ୍ୟ’କୁ ସାମିଲ କରାଯିବ । ଏହି ମିସାଇଲ ସିଷ୍ଟମ୍ କାର୍ଯ୍ୟକାରୀ କରିବା ସହଜ ଓ ହାଲୁକା ହେବ ବୋଲି ଜଣାପଡିଛି ।