ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ ଜାରି କଲା ଷ୍ଟାର୍ ପ୍ରଚାରକଙ୍କ ତାଲିକା, ଗୁଲାମ ନବୀ ଆଜାଦଙ୍କ ନାମ ନାହିଁ | News Room Odisha

ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ ଜାରି କଲା ଷ୍ଟାର୍ ପ୍ରଚାରକଙ୍କ ତାଲିକା, ଗୁଲାମ ନବୀ ଆଜାଦଙ୍କ ନାମ ନାହିଁ

ନୂଆଦିଲ୍ଲୀ – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ଦଳର ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବାଦ୍ରା, ସଚିନ ପାଇଲଟ, ନବଜୋତ ସିଂ ସିଦ୍ଧୁ, ଅଭିଜିତ୍ ମୁଖାର୍ଜୀ ଏବଂ ମହମ୍ମଦ ଅଜରୁଦ୍ଦିନ, ଅଶୋକ ଗେହଲୋଟ୍, କ୍ୟାପଟେନ ଅମରିନ୍ଦର ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଭଳି ବଡ ନେତା ରହିଛନ୍ତି। ପଶ୍ଚିମବଙ୍ଗରେ ଏଯାବତ କଂଗ୍ରେସର କୌଣସି ପ୍ରମୁଖ ଜାତୀୟ ନେତା ପ୍ରଚାର କରିନାହାଁନ୍ତି।

ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମନୀଷ ତିୱାରୀ, କପିଲ ସିବଲଙ୍କ ଭଳି ଅସନ୍ତୁଷ୍ଟ ନେତାମାନେ ବଙ୍ଗଳା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ନାହାଁନ୍ତି। କିନ୍ତୁ ଜି-୨୩ର ଅଖିଳେଶ ସିଂଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି |