ପୁଣି ବନ୍ଧା ହେଲା ପୁରୀର କୁଖ୍ୟାତ ଅପରାଧୀ ପପୁ ବରାଳ | News Room Odisha

ପୁଣି ବନ୍ଧା ହେଲା ପୁରୀର କୁଖ୍ୟାତ ଅପରାଧୀ ପପୁ ବରାଳ

ପୁରୀ – ପୁରୀର କୁଖ୍ୟାତ ଅପରାଧୀ ପପୁ ବରାଳକୁ ପୁଣି ବାନ୍ଧିଛି ପୋଲିସ । ତାକୁ ଜେଲ୍ ପଠାଇ ଦିଆଯାଇଛି । ଏଥର ମଦ ଦୋକାନ ଲଟେରୀ ଫିକ୍ସିଂ ମାମଲାରେ ଧୀରେନ୍ଦ୍ରନାଥ ବରାଳ ଓରଫ ପପୁକୁ ଟାଉନଥାନା ପୋଲିସ ଗିରଫ କରିଛି । ଟାଉନ, ସଦର,କୁମ୍ଭାରପଡା, ଚନ୍ଦନପୁର, ବଳିଆପଣ୍ଡା, ସମୁଦ୍ରକୂଳ ପ୍ରଭୁତି ଥାନା ଅଂଚଳରେ ୩୪ଟି ଜଘନ୍ୟ ଅପରାଧରେ ଜଡିତ ରହିଛି ପପୁ ବରାଳ । ଏହି ଘଟଣାରେ ସଂଜୟ ସାନ୍ୟାଲ ଓରଫ ପିଂଟୁ ନାମକ ଆଉ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି ।