ପୁରୀରେ ବିମାନବନ୍ଦର ପାଇଁ ରାଜ୍ୟ ସରକାରଙ୍କ ତଥ୍ୟାବଳୀର ଅନୁଧ୍ୟାନ କରାଯିବ : କେନ୍ଦ୍ର ମନ୍ତ୍ରୀ | News Room Odisha

ପୁରୀରେ ବିମାନବନ୍ଦର ପାଇଁ ରାଜ୍ୟ ସରକାରଙ୍କ ତଥ୍ୟାବଳୀର ଅନୁଧ୍ୟାନ କରାଯିବ : କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ – ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଗୁରୁତ୍ୱ ଥିବାରୁ ଏଠାରେ ଏକ ଆନ୍ତର୍ଜାଚତିକ ବିମାନ ବନ୍ଦର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ କେନ୍ଦ୍ରକୁ ଚିଠି ଲେଖିଥିଲେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟାବଳୀ ସଂକ୍ରାନ୍ତରେ ପ୍ରାକ୍ –ବ୍ୟବହାରିକ ଅନୁଧ୍ୟାନ କରାଯିବ । ଆଜି ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ ଦାୟିତ୍ୱ ) ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି । ପୁରୀ ଏକ ପ୍ରମୁଖ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ ।