ପୁରୀ ଚନ୍ଦନ ଯାତ୍ରାରେ କୋଭିଡ କଟକଣା ପାଳନ ପାଇଁ ୬ଟି ପୋଲିସ ଏନଫୋର୍ସମେଂଟ ଟିମ୍ | News Room Odisha

ପୁରୀ ଚନ୍ଦନ ଯାତ୍ରାରେ କୋଭିଡ କଟକଣା ପାଳନ ପାଇଁ ୬ଟି ପୋଲିସ ଏନଫୋର୍ସମେଂଟ ଟିମ୍

ପୁରୀ – ଆସନ୍ତାକାଲି ଅକ୍ଷୟ ତୃତୀୟା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନକୂଳ ହେବ । କୋରୋନା କଟକଣା ମଧ୍ୟରେ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି କରାଯିବ । ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । କଟକଣା ପାଳନ ପାଇଁ ୬ଟି ଏନଫୋର୍ସମେଂଟ୍ ଟିମ୍ କାର୍ଯ୍ୟ କରିବ । ଯାତ୍ରା ସହ ସଂପୃକ୍ତ ସେବାୟତ ଓ କର୍ମଚାରୀ ହିଁ ଯାତ୍ରାରେ ସାମିଲ ହେବେ । ଜଣେ ଅତିରିକ୍ତ ଏସପିଙ୍କ ସହ ୬ ଡିଏସପି. ୮ ଇନସପେକ୍ଟର, ୫୦ କନେଷ୍ଟବଳ, ୮ ପ୍ଲାଟୁନ ଫୋର୍ସ, ୮୦ ହୋମଗାର୍ଡ, ୨୮ ଏଏସଆଇ ଓ ଏସଆଇ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ବୋଲି ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି ।