ପୁଲୱାମାରେ ଏନକାଉଣ୍ଟର: ଦୁଇ ଆତଙ୍କବାଦୀ ନିହତ | News Room Odisha

ପୁଲୱାମାରେ ଏନକାଉଣ୍ଟର: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର – ଜାମ୍ମୁକାଶ୍ମୀରର ପୁଲୱାମାରେ ବୁଧବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷା ବାହିନୀ-ଆତଙ୍କବାଦୀ ଗୁଳି ବିନିମୟରେ ଜଣେ ନାଗରିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ପୁଲୱାମା ଜିଲ୍ଲାର ଟିକେନ୍ ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଆଜି ଭୋରରେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଚାରିଆଡ଼ୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ସେଠାରେ ଲୁଚିଥିବା ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ବେଶ୍ କିଛି ସମୟ ଗୁଳି ବିନିମୟ ଘଟିଥିଲା । ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଥିଲେ । ନିହତ ଆତଙ୍କବାଦୀ କେଉଁ ଆତଙ୍କୀ ସଂଗଠନର ତାହା ଜଣାପଡିନାହିଁ ।