ପୁଲୱାମାରେ ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ | News Room Odisha

ପୁଲୱାମାରେ ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ

ପୁଲୱାମା – ପୁଲୱାମାର କାକାପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ହୋଇଛନ୍ତି । ଏହି ସ୍ଥାନରେ ଲୁଚିଥିବା ତିନି ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଚାରିଆଡୁ ଘେରି ଅପରେସନ ଆରମ୍ଭ କରିଛନ୍ତି । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏବେ ବି ସେହି ସ୍ଥାନରେ ଏନ୍‌କାଉଣ୍ଟର ଜାରି ରହିଛି ।

ଗୁରୁବାର ଶ୍ରୀନଗର ନୌଗାମରେ ଆତଙ୍କବାଦୀ ଜଣେ ବିଜେପି ନେତାଙ୍କ ଘର ଉପରେ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା । ତା’ ପୂର୍ବରୁ ସୋପିଆନ୍ ଅଞ୍ଚଳରେ ସ୍ଥାନୀୟ କାଉସିଲର ମାନଙ୍କ ବୈଠକ ଚାଲିଥିବା ବେଳେ ଆତଙ୍କୀ ଆକ୍ରମଣ ହୋଇଥିଲା । ଉକ୍ତ ଘଟଣାରେ ଜଣେ କାଉନସିଲର ଓ ଜଣେ ପୋଲିସକର୍ମୀ ପ୍ରାଣ ହରାଇଥିଲେ ।