ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଅସ୍ତାଦ୍ ଦେବୁଙ୍କ ପରଲୋକ | News Room Odisha

ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଅସ୍ତାଦ୍ ଦେବୁଙ୍କ ପରଲୋକ

ନୂଆଦିଲ୍ଲୀ – ଭାରତର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଅସ୍ତାଦ ଦେବୁଙ୍କ ଆଜି ସକାଳେ ମୁମ୍ବାଇ ସ୍ଥିତ ବାସଭବନରେ ପରଳୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଦେବୁ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଦେବୁଙ୍କୁ ଆଧୁୁନିକ ଭାରତୀୟ ନୃତ୍ୟରେ ଏକ ନୂଆ ଧାରା ସୃଷ୍ଟି କରିଥିଲେ । ସୃଜନାତ୍ମକ ନୃତ୍ୟ ପ୍ରତି ତାଙ୍କର ଅବଦାନ ଯୋଗୁଁ ୧୯୯୫ରେ ଦେବୁଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା । ୨୦୦୭ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦେବୁ ପାରମ୍ପରିକ ଆଧୁନିକ ନୃତ୍ୟରେ ଅନେକ ନୂଆ ପରିବର୍ତ୍ତନ ଆଣିଥିଲେ । ଦେବୁଙ୍କ ଜନ୍ମ ୧୯୪୭ ଜୁଲାଇ ୧୩ରେ ଗୁଜରାଟର ନବସାରୀ ସହରରେ ହୋଇଥିଲା । ସେ ପ୍ରଥମେ ପ୍ରହ୍ଲାଦ ଦାସଙ୍କ ଠାରୁ କଥକ ନୃତ୍ୟ ଓ ଇକ୍ ପାନ୍ନିକରଙ୍କ ଠାରୁ କଥକଳୀ ଶିଖିଥିଲେ । ଏହାପରେ ଦେବୁ ଲଣ୍ଡନ ସ୍କୁଲ ଅଫ୍ କଣ୍ଟେମ୍ପରରି ଡ୍ୟାନ୍ସରେ ଆଧୁନିକ ନୃତ୍ୟର ଟ୍ରେନିଂ ନେଇଥିଲେ ।