ପ୍ରବାସୀଙ୍କ ଉପରେ ନଜର ରଖିବାକୁ ୧୮ଟି ମେରାଇନ୍ ପୋଲିସ ଥାନାକୁ ନିର୍ଦ୍ଦେଶ, କଡାକଡି ହେଲା କୋଷ୍ଟାଲ୍ ପାଟ୍ରୋଲିଂ | News Room Odisha

ପ୍ରବାସୀଙ୍କ ଉପରେ ନଜର ରଖିବାକୁ ୧୮ଟି ମେରାଇନ୍ ପୋଲିସ ଥାନାକୁ ନିର୍ଦ୍ଦେଶ, କଡାକଡି ହେଲା କୋଷ୍ଟାଲ୍ ପାଟ୍ରୋଲିଂ

ଭୁବନେଶ୍ୱର- କୋରୋନା ସଂକ୍ରମଣ ଏଡାଇବା ପାଇଁ ପ୍ରବାସୀଙ୍କ ଉପରେ ନଜର ରଖିବାକୁ ୧୮ଟି ମେରାଇନ୍ ପୋଲିସ ଷ୍ଟେସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଳପଥରେ ପ୍ରବାସୀଙ୍କ ଆଗମନରେ ନଜର ରଖିଛି କୋଷ୍ଟଗାର୍ଡ । କୋଷ୍ଟାଲ୍ ପାଟ୍ରୋଲିଂ କଡାକଡି ହେବା ସହ ବୋଟଗୁଡିକୁ ଚେକିଂ କରାଯାଉଛି ବୋଲି ରେଲୱେ ଓ କୋଷ୍ଟଗାର୍ଡ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଫିସ୍ ଲ୍ୟାଣ୍ଡିଂ ସେଂଟରଗୁଡିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ସ୍ଥାନୀୟ ଯୁବକଙ୍କୁ ନେଇ ଗଠନ ହୋଇଥିବା ସାଗର ରକ୍ଷକ ଦଳ ମଧ୍ୟ ସଜାଗ ଅଛି । କେଉଁମାନେ ରାଜ୍ୟବାହାରୁ ଆସୁଛନ୍ତି, ସେମାନେ ପୋଲିସକୁ ସୂଚନା ଦେବେ । ପଶ୍ଚିମବଙ୍ଗରୁ ଆସୁଥିବା ବୋଟଗୁଡିକ ଜବତ କରାଯିବ ବୋଲି ପ୍ରାଣବିନ୍ଦୁ କହିଛନ୍ତି ।