ଫେବୃଆରୀ ୨ରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇବ | News Room Odisha

ଫେବୃଆରୀ ୨ରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇବ

ନୂୂଆଦିଲ୍ଲୀ – କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଫେବୃଆରୀ ୨ରେ ଘୋଷଣା କରାଯିବ। ଗୁରୁବାର ସିବିଏସ୍ଇ ସ୍କୁଲ ପ୍ରଧାନଶିକ୍ଷକଙ୍କ ସହ ଭର୍ଚୁଆଲ ବୈଠକ ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ‘ନିଶଙ୍କ’ ଏହି ସୂଚନା ଦେଇଛନ୍ତି। ଫେବୃଆରୀ ୨ରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ବୋର୍ଡ କର୍ତ୍ତୃପକ୍ଷ ସିବିଏସ୍ଇ ୱେବସାଇଟ୍ cbse.gov.in ରେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ଜାରିି କରାଯିିବ।

ଶିକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ୪୫ ବର୍ଷର ରେକର୍ଡକୁ ଡିଜିଟାଇଜ୍ କରିବ। ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ କୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିବିଏସ୍ଇ ସିଲାବସରେ ପରିବର୍ତ୍ତନ ବିଷୟରେ ଆଲୋଚନା କରିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସ୍କୁଲର ପ୍ରଧାନଶିକ୍ଷକ ତଥା ସଚିବମାନଙ୍କ ସହ ଏକ ୱେବିନିନରରେ ଯୋଗ ଦେଇଥିଲେ। ।