ଫେବୃୟାରୀ ୬ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲେ କୃଷକ ସଂଗଠନ, ସବୁ ଜାତୀୟ ରାଜପଥ ଅବରୋଧ କରିବେ | News Room Odisha

ଫେବୃୟାରୀ ୬ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲେ କୃଷକ ସଂଗଠନ, ସବୁ ଜାତୀୟ ରାଜପଥ ଅବରୋଧ କରିବେ

ନୂଆଦିଲ୍ଳୀ – କୃଷି ଆଇନ ବିରୋଧରେ ଦୁଇ ମାସରୁ ଊର୍ଦ୍ଧ୍ୱ କାଳ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ବିଭିନ୍ନ କୃଷକ ସଂଗଠନ ଆସନ୍ତା ଫେବୃୟାରୀ ୬ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି । ସେହିଦିନ କୃଷକ ସଂଗଠନମାନେ ସବୁ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରିବେ ବୋଲି କହିଛନ୍ତି ।

କୃଷି ଆଇନ ବିରୋଧରେ ଗଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀ ନଗରୀରେ ଟ୍ରାକ୍ଟର ରାଲି ବେଳେ ହିଂସା ପରେ ଚାଷୀ ଆନ୍ଦୋଳନରୁ ଚାରି କୃଷକ ସଂଗଠନ ଓହରି ଯାଇଥିଲେ । ଏହି ଆନ୍ଦୋଳନ ଦୁର୍ବଳ ପଡିଯାଇଥିଲା । ତେବେ କୃଷକ ନେତା ରାକେଶ ଟିକୟତଙ୍କ ଲୁହଭରା ନିବେଦନ ପରେ ପୁଣିଥରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଭିଡ଼ ବଢ଼ିଛି । ସେପଟେ ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ସରକାର ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି । ଗତ ଚାରିଦିନ ହେଲା ଗାଜିପୁର, ସିଂଘୁ ସୀମାରେ ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି । ଏହା ସତ୍ତ୍ୱେ ଆନ୍ଦୋଳନରତ ଚାଷୀ ଏହି ସବୁ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।