ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିପାରନ୍ତି ଚୀନ୍ ରାଷ୍ଟ୍ରପତି | News Room Odisha

ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିପାରନ୍ତି ଚୀନ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ – ‘ବ୍ରିକ୍ସ(ବ୍ରାଜିଲ, ରୁଷ୍‌, ଭାରତ, ଚୀନ୍‌, ଦକ୍ଷିଣ ଆଫ୍ରିକା)’ ନେତାଙ୍କ ସମ୍ମିଳନୀରେ ଯୋଗ ଦେବାକୁ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ୍ ଭାରତ ଗସ୍ତରେ ଆସିପାରିନ୍ତି । ବ୍ରିକ୍ସର ଏହି ସମ୍ମିଳନୀ ଭାରତରେ ହେବା ସମ୍ଭାବନା ରହିଛି ।
ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ପରିପ୍ରେକ୍ଷୀରେ ଜିନପିଙ୍ଗ୍‌ଙ୍କ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏଥର ‘ବ୍ରିକ୍ସ’ ସମ୍ମିଳନୀ ଭାରତରେ ଆୟୋଜିତ ହେଉ ବୋଲି ଚୀନ୍ ମଧ୍ୟ ସମର୍ଥନ ଜଣାଇଥିଲା । ଉଭୟ ଦେଶ ମଧ୍ୟରେ ସୀମା ବିବାଦ ସତ୍ତ୍ୱେ ଏହି ସମ୍ମିଳନୀ ପ୍ରଭାବିତ ହେବ ନାହିଁ ବୋଲି ଚୀନ୍ କହିଥିଲା ।
ପ୍ରାୟ ୯ ମାସର ମୁହାଁମୁହିଁ ପରିସ୍ଥିତି ପରେ ଲଦାଖ ନିକଟସ୍ଥ ଏଲ୍‌ଏସିରୁ ଉଭୟ ଭାରତ ଓ ଚୀନ ନିଜ ନିଜର ସୈନ୍ୟ ପ୍ରତ୍ୟାହାର କରିଛନ୍ତି । ସେହିପରି ହଟ୍ ସ୍ପ୍ରିଙ୍ଗ୍ ଓ ଡେସପାଙ୍ଗ୍ ଅଞ୍ଚଳରୁ ବି ସେନ୍ୟ ଅପାସରଣ ପାଇଁ ନିକଟରେ ଦୁଇ ସେନା ମଧ୍ୟରେ ଦଶମ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ହୋଇଥିଲା ।