ଭାବା ଆଣବିକ ଗବେଷଣା କେନ୍ଦ୍ରରେ ଓଡିଶାର ତିନି ଯୁବ ବୈଜ୍ଞାନିକଙ୍କୁ ନିଯୁକ୍ତି | News Room Odisha

ଭାବା ଆଣବିକ ଗବେଷଣା କେନ୍ଦ୍ରରେ ଓଡିଶାର ତିନି ଯୁବ ବୈଜ୍ଞାନିକଙ୍କୁ ନିଯୁକ୍ତି

ଭୁବନେଶ୍ୱର- ଭାବା ଆଣବିକ ଗବେଷଣା କେନ୍ଦ୍ରରେ ଟ୍ରେନି ବୈଜ୍ଞାନିକ ଭାବେ ଏଥର ମନୋନୀତ ହୋଇଥିବା ମୋଟ ୨୦ଜଣଙ୍କ ମଧ୍ୟରୁ ଓଡିଶାର ତିନି ଜଣ ଅଛନ୍ତି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ କାଳଷଣ୍ଢପୁର ଗାଁର ବେବର୍ତ୍ତା ଓମ୍ ଶୁଭମ, ସୁନ୍ଦରଗଡ ଜିଲ୍ଲାର କୃଷ୍ଣଚନ୍ଦ୍ର ଦାସ ଓ କେନ୍ଦୁଝର ଜିଲ୍ଲାର ଚନ୍ଦନ କୁମାର ମହାପାତ୍ର ।

ସାକ୍ଷାତକାରରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଗଂଜାମ ଜିଲ୍ଲାର ବେବର୍ତ୍ତା ଓମ ଶୁଭମ ଆସନ୍ତା ୧୭ ତାରିଖରେ ଭାବା ଆଣବିକ ଗବେଷଣା କେନ୍ଦ୍ରରେ ଯୋଗ ଦେବେ । ଓମ୍‌ଙ୍କ ପିତା ଜଣେ ବରିଷ୍ଠ ଅଧ୍ୟାପକ ଓ ମାଆ ଜଣେ ଗୃହିଣୀ । ଓମ୍ ହାଇଦ୍ରାବାଦର ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ଇନଷ୍ଟ୍ରୁମେଂଟେସନରେ ଇଂଜିନିୟରିଂ ଡିଗ୍ରୀ କରିଥିଲେ । ପରେ ସେ ଗେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦିଲ୍ଲୀ ଆଇଆଇଟିରେ ୫ ବର୍ଷିଆ କୋର୍ସରେ ଅପଟୋ ଇଲେକଟ୍ରିକାଲ୍ ଆଣ୍ଡ୍ ଅପଟିକାଲ କମ୍ୟୁନିକେସନରେ ଏମଟେକ୍ ସହ ପଦାର୍ଥବିଜ୍ଞାନରେ ସ୍ନାତକୋତର ଶିକ୍ଷା ଲାଗି ଯୋଗଦେଇଥିଲେ । ଏ ବର୍ଷ କୋର୍ସ ଶେଷ ହେବାକୁ ଥିବା ବେଳେ ତାଙ୍କୁ ଏଭଳି ନିଯୁକ୍ତି ମିଳିଥିବା ଜଣାପଡିଛି ।

ଚନ୍ଦନ ମହାପାତ୍ରଙ୍କ ବାପା ଜଣେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ମାଆ ଗୃହିଣୀ । ଚନ୍ଦନ ଆଆଇଟି ଖଡଗପୁରରେ ଏମଟେକ୍ କରିବାର ସୁଯୋଗ ପାଇ ସେଠାରେ ଇଂଜିନିୟରିଂ ଜିଓଲୋଜିରେ ପିଏଚଡି କରୁଥିଲେ । ପିଏଚଡି କରୁଥିବା ବେଳେ ଭାବା ଆଣବିକ ଗବେଷଣା କେନ୍ଦ୍ରରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ ।
ସୁନ୍ଦରଗଡ ଜିଲ୍ଲାର କୃଷ୍ଣଚନ୍ଦ୍ର ଦାସ ମଧ୍ୟ ଜଣେ ମେଧାବୀ ଛାତ୍ର । ସେ ମଧ୍ୟ ଭାବାରେ ନିଯୁକ୍ତି ପାଇଛନ୍ତି ।