ଭାରତରେ କୋଭିଡ୍ ଟିକାର ଅଭାବ, ୧୩ ରାଜ୍ୟ ବିଦେଶରୁ ଟିକା କିଣିବେ | News Room Odisha

ଭାରତରେ କୋଭିଡ୍ ଟିକାର ଅଭାବ, ୧୩ ରାଜ୍ୟ ବିଦେଶରୁ ଟିକା କିଣିବେ

ନୂଆଦିଲ୍ଲୀ: ଦେଶରେ କରୋନା ଟୀକାକରଣ ଅଭିଯାନର ଗତି ବେଶ୍ ଧିମେଇ ଯାଇଛି। ଏହାର କାରଣ ହେଉଛି କୋଭିଡ ଟିକାର ଅଭାବ । କେନ୍ଦ୍ରରୁ ଆବଶ୍ୟକ ସଂଖ୍ୟକ ଟିକା ମିଳୁନଥିବାରୁ ୧୩ଟି ରାଜ୍ୟ ବାଧ୍ୟ ହୋଇ ବିଦେଶରୁ ଟିକା କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏହି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିବେ।

ଏହି ୧୩ଟି ରାଜ୍ୟ ମଧ୍ୟରେ ଓଡ଼ିଶା, ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ ଅଛନ୍ତି। କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାର ନିଅଣ୍ଟିଆ ଯୋଗାଣ ଦୃଷ୍ଟିରୁ ବିଭିନ୍ନ ରାଜ୍ୟ ଏବେ ନିଜ ଖର୍ଚ୍ଚରେ ବିଦେଶରୁ ଟିକା ଲଗାଇବେ ।

୧୬ ଜାନୁଆରୀରୁ ଭାରତରେ କୋଭିଡ-୧୯ ବିରୋଧରେ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା | ଏହି ଚାରି ମାସରେ ୧୩୫ କୋଟି ଜନସଂଖ୍ୟା ମଧ୍ୟରୁ ମାତ୍ର ୧୩ କୋଟି ଲୋକଙ୍କୁ ଏପର୍ଯ୍ୟନ୍ତ ପ୍ରଥମ ଡୋଜ ଦିଆଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୨୩ କିମ୍ବା ତା’ପରେ କିଛି ଦେଶରେ ଟିକା ସହଜରେ ଉପଲବ୍ଧ ହେବ। ଆମେରିକା, ଇସ୍ରାଏଲ ଏବଂ ବ୍ରିଟେନ୍ ଭଳି ଦେଶ ନିଜ ଜନସଂଖ୍ୟାର ଅଧାରୁ ଅଧିକ ଲୋକଙ୍କୁ ଅତିକମରେ ଗୋଟିଏ ଡୋଜ୍ ଦେଇସାରିଛନ୍ତି | ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଏବଂ ଭେନେଜୁଏଲା ପରି କେତେକ ଦେଶରେ ଜନସଂଖ୍ୟାର ଏକ ପ୍ରତିଶତରୁ କମ୍ ଟିକା ଦିଆଯାଇଛି। ଅନ୍ୟପଟେ ଆଫ୍ରିକାରେ ୧୨ ଦେଶକୁ ଏ ଯାଏଁ ଟିକା ହିଁ ମିଳି‌ନାହିଁ।