ଭାରତ ଗସ୍ତ ବାତିଲ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ | News Room Odisha

ଭାରତ ଗସ୍ତ ବାତିଲ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – କୋଭିଡ୍‌-୧୯ ଯୋଗୁଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ସପ୍ତାହରେ ତାଙ୍କର ଭାରତ ଗସ୍ତ କାର୍ଯର୍୍ୟକ୍ରମକୁ ବାତିଲ କରିଦେଇଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ବ୍ରିଟେନ ସରକାରଙ୍କ ଦ୍ୱାରା ଜାରି ଏକ ମିଳିତ ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି ।

ଦ୍ୱିତୀୟ ଥର ପାଇଁ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ ହୋଇଛି । ଏହା ପୂର୍ବରୁ ଜାନୁୟାରୀରେ ଜନସନ ନିଜ ଭାରତ ଗସ୍ତ ବାତିଲ କରିଥିଲେ । ଜାନୁୟାରୀ ୨୬ରେ ସାଧାରଣତନ୍ତ୍ର ଉତ୍ସବରେ ଜନସନ ମୁଖ୍ୟ ଅତିଥି ହୋଇଥାଆନ୍ତେ । ତେବେ ସେତେବେଳେ ବ୍ରିଟେନରେ କରୋନା ଜନିତ ସଙ୍ଗୀନ ସ୍ଥିତି ଯୋଗୁଁ ଜନସନଙ୍କୁ ନିଜ ଭାରତ ଗସ୍ତ ବାତିଲ କରିବାକୁ ପଡିଥିଲା ।