ଭୁବନେଶ୍ୱରରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ ଚିହ୍ନଟ | News Room Odisha

ଭୁବନେଶ୍ୱରରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରେ ଗୋଟିଏ ଦିନରେ କୋରୋନା ପଜିିଟିଭଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୩୧୯ ପଜିଟିଭ ମାମଲା ଆସିଛି, ଯାହା କି ଗୋଟିଏ ଦିନରେ ସର୍ବାଧିକ । ସଂଗରୋଧ କେନ୍ଦ୍ରରୁ ୧୭୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଂଟାକ୍ଟ କେସ୍ ସଂଖ୍ୟା ହେଉଛି ୧୪୭ ।

ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ୬ ହଜାର ୩୯୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ ହଜାର ୪୫ ହେଉଛି ସକ୍ରିୟ ମାମଲା । କଂଟାକ୍ଟ ଟ୍ରେସିଂ ଜାରି ରହିଥିବା ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ପ୍ରାଇମାରି କଂଟାକ୍ଟ ଓ ପାଖାପାଖି ଘରଗୁଡିକୁ କ୍ୱାରେଂଟାଇନ ରଖାଯିବା ସହ ବିଶୋଧନ କରାଯାଉଥିବା ନେଇ ସୂଚନା ଦେଇଛି ବିଏମସି । ଏଣେ ଗତ ୨୪ ଘଂଟା ମଧ୍ୟରେ ସହରର ୧୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

BMC