ଭୁବନେଶ୍ୱର କଳିଙ୍ଗବିହାରରେ ଜାମିନରେ ଆସିଥିବା ଅଭିଯୁକ୍ତଙ୍କୁ ଗୁଳିମାଡ | News Room Odisha

ଭୁବନେଶ୍ୱର କଳିଙ୍ଗବିହାରରେ ଜାମିନରେ ଆସିଥିବା ଅଭିଯୁକ୍ତଙ୍କୁ ଗୁଳିମାଡ

ଭୁବନେଶ୍ୱର- ଭୁବନେଶ୍ୱର କଳିଙ୍ଗବିହାର ଅଂଚଳରେ ଗୁଳିକାଣ୍ଡ ହୋଇଛି । ସଞ୍ଜୟ ଖୁଂଟିଆ ନାମକ ଜାମିନରେ ଆସିଥିବା ଜଣେ ଅଭିଯୁକ୍ତଙ୍କ ଉପରକୁ ଗୁଳିକାଣ୍ଡ ହୋଇଛି । ତାଙ୍କୁ ଗୁଳି ବାଜି ନ ଥିଲା । କଳିଙ୍ଗ ବିହାର କେ-୪ ଲକ୍ଷମୀ ମଣ୍ଡପ ସାମନାରେ ଗୁଳିମାଡ ହୋଇଥିଲା । ବାଇକରେ ଆସି ୩ ଜଣ ଦୁର୍ବୃତ ଗୁଳି ଚଳାଇଥିଲେ । ଖବର ପାଇଁ ତମାଣ୍ଡୋ ପୋଲିସ ଘଟଣାସ୍ଥଳରେ ପହଂଚି ଗୋଟିଏ ଖୋକା ଜବତ କରିଛି । ସଞ୍ଜୟ ଖୁଂଟିଆ ଡୁମଡୁମା ଅଂଚଳରେ ସଂଘଟିତ ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ସଂଜୟକୁ ପଚରାଉଚରା କରାଯାଉଛି ।