ମଧ୍ୟ ପ୍ରଦେଶର ୧୨ ସହରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ, ହୋଲି ପର୍ବ ଉପରେ କଟକଣା | News Room Odisha

ମଧ୍ୟ ପ୍ରଦେଶର ୧୨ ସହରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ, ହୋଲି ପର୍ବ ଉପରେ କଟକଣା

ଭୋପାଳ – କ୍ରମାଗତ ବୃଦ୍ଧି ପାଉଥିବା କରୋନା ମାମଲା ଦୃଷ୍ଟିରୁ ମଧ୍ୟ ପ୍ରଦେଶ ସରକାର ରାଜ୍ୟର ୧୨ଟି ସହରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଭୋପାଳ, ଇନ୍ଦୋର, ଗ୍ୱାଲିୟର, ଜବଲପୁର, ବୈତୁଲ, ଛିନ୍ଦୱାଡା, ଖରଗୌନ, ରତଲାମ, ବିଦିଶା, ଉଜ୍ଜୈନ, ନରସିଂହପୁର ଏବଂ ସୌସରରେ ଶନିବାର ଠାରୁ ଲକ୍‌ଡାଉନ୍ ଲାଗୁ ହୋଇଛି ।

ଅତ୍ୟାବଶକ ସେବାକୁ ଛାଡ଼ି ସବୁ ଦୋକାନ, ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହି ୧୨ ସହରରେ ପୋଲିସ୍ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଅନାବଶକ୍ୟ ବାହାରେ ବୁଲୁଥିବା ତଥା କୋଭିଡ୍ ଗାଇଡ୍‌ଲାଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗିବ ବୋଲି ଚେତାବନୀ ଦିଆଯାଇଛି ।

ଆଜି ରାତିରେ ହେବାକୁ ଥିବା ହୋଲିକା ଦହନ ଏବଂ ଆସନ୍ତାକାଲି ହୋଲିପର୍ବ ପାଳନ ଉପରେ କଟକଣା ମଧ୍ୟ ଲଗାଯାଇଛି ।