ମହାରାଷ୍ଟ୍ରରେ କରୋନାର ପ୍ରକୋପ: ଗୋଟିଏ ହଷ୍ଟେଲ୍‌ରେ ୧୯୦ ଛାତ୍ର ଆକ୍ରାନ୍ତ | News Room Odisha

ମହାରାଷ୍ଟ୍ରରେ କରୋନାର ପ୍ରକୋପ: ଗୋଟିଏ ହଷ୍ଟେଲ୍‌ରେ ୧୯୦ ଛାତ୍ର ଆକ୍ରାନ୍ତ

ମୁମ୍ବାଇ – ମହାରାଷ୍ଟ୍ରରେ କରୋନାର ପ୍ରକୋପ ପୁଣି ବଢ଼ିବାରେ ଲାଗିଛି । ରାଜ୍ୟର ୱାସିମ ଜିଲ୍ଲାର ଏକ ହଷ୍ଟେଲ୍‌ରେ ୧୯୦ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ୱାସିମ ଜିଲ୍ଲାର ରିସୋଡ୍ ତହସିଲ ଅନ୍ତର୍ଗତ ଦେଗାଁବ ସ୍ଥିତ ଏହି ସ୍କୁଲ ହଷ୍ଟେଲରେ ଏତେ ସଂଖ୍ୟକ ଛାତ୍ର ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିଯାଇଛି ।

ବୁଧବାର ଉକ୍ତ ହଷ୍ଟେଲର ୧୯୦ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ହଷ୍ଟେଲରେ ରହୁଥିବା ସବୁ ଛାତ୍ର ଅମରାବତୀ ଜିଲ୍ଲାର ବୋଲି ଜଣାପଡିଛି । ଅମରାବତୀ ଜିଲ୍ଲା ଏବେ ରାଜ୍ୟର କରୋନା ହଟ୍‌ସ୍ପଟ୍ ପାଲଟିଛି । ଏହି ଜିଲ୍ଲାରୁ ହିଁ ରାଜ୍ୟରେ କରୋନର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି ।
ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର ଏବେ ଧୀରେ ଧୀରେ ଭୀଷଣ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୮୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅକ୍ଟୋବର ୧୮ ପରଠୁ ଏହା ହେଉଛି ଦୈନିକ ମାମଲାରେ ସର୍ବାଧିକ ବୃଦ୍ଧି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ଯୋଗୁଁ ୮୦ ଜଣ ରୋଗୀଙ୍କ ମୃତ୍ୟୁ ବି ହୋଇଛି ।

COVID-19