ମାଉଣ୍ଟ ଏଭରେଷ୍ଟ ଉଚ୍ଚତା ନେଇ ନୂଆ ତଥ୍ୟ ଦେଲେ ଚୀନ୍‌-ନେପାଳ | News Room Odisha

ମାଉଣ୍ଟ ଏଭରେଷ୍ଟ ଉଚ୍ଚତା ନେଇ ନୂଆ ତଥ୍ୟ ଦେଲେ ଚୀନ୍‌-ନେପାଳ

ନୂଆଦିଲ୍ଲୀ – ନେପାଳ ଓ ଚୀନ ତରଫରୁ ମିଳିତ ଭାବେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପାଯାଇଛି । ଉଭୟ ଦେଶ ତରଫରୁ ଏହି ମପା କାର୍ଯ୍ୟ ପରେ ମାଉଣ୍ଟ ଏଭରେଷ୍ଟର ନୂତନ ଉଚ୍ଚତା ୮୮୪୮.୮୬ ମିଟର ବୋଲି ଘୋଷଣା କରାଯାଇଛି । ମାଉଣ୍ଟ ଏଭରେଷ୍ଟର ଏହି ସଂଶୋଧିତ ଉଚ୍ଚତା ୧୯୫୪ରେ ଭାରତ ଦ୍ୱାରା ହୋଇଥିବା ସର୍ଭେ ତୁଳନାରେ ୮୬ ସେଣ୍ଟିମିଟର ଅଧିକ । ୨୦୧୫ରେ ହୋଇଥିବା ଭୟଙ୍କର ଭୂମିକମ୍ପ ଓ ଅନ୍ୟ କାରଣରୁ ଏଭରେଷ୍ଟର ଉଚ୍ଚତା ବଦଳିଥିବା ନେଇ ବିତର୍କ ଜାରି ରହିଥିଲା । ଏହାପରେ ନେପାଳ ସରକାର ବିଶ୍ୱର ଏହି ଉଚ୍ଚତମ ଗିରିଶୃଙ୍ଗର ଉଚ୍ଚତା ପୁଣି ମାପିବାକୁ ନିଷ୍ପତ୍ତି ନେଇଥିଲେ ।

ପୂର୍ବରୁ ୧୯୫୪ରେ ଭାରତ ଦ୍ୱାରା ହୋଇଥିବା ସର୍ଭେରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮,୮୪୮ ମିଟର ଧାର୍ଯ୍ୟ ହୋଇଥିଲା । ଚୀନ୍ ତରଫରୁ ଅତୀତରେ ହୋଇଥିବା ମାପଚୁପ ଅନୁସାରେ ଏହି ଗିରିଶୃଙ୍ଗର ଉଚ୍ଚତା ଥିଲା ୮୮୪୪.୪୩ ମିଟର, ଯାହା ଭାରତୀୟ ଆକଳନ ଅନୁସାରେ ୪ ମିଟର କମ୍ ।