ମାନବାଧିକାର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା | News Room Odisha

ମାନବାଧିକାର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା

ଭୁବନେଶ୍ୱର- ଆଜି ବିଶ୍ୱ ମାନବାଧିକାର ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତା ଦେଇଛନ୍ତି । ସମାଜରୁ ଅସମାନତା, ଭେଦଭାବ ଦୂର କରିବା ସହ ମାନବାଧିକାର ସୁରକ୍ଷା କରିବାକୁ ପୁଣି ଥରେ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ବଳ ଓ ଲାଂଛିତଙ୍କ ମାନବାଧିକାରର ସୁରକ୍ଷା ସହ ଏକ ନ୍ୟାୟସଂଗତ ଓ ସମ୍ମିଳିତ ବିଶ୍ୱ ପ୍ରତିଷ୍ଠା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଛନ୍ତି ।

CM Naveen Patnaik