ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କେନ୍ଦ୍ରାପଡା ଜିଲ୍ଲାର ପ୍ରତି ବ୍ଲକକୁ ମିଳିବ ଭେଂଟିଲେଟର ଯୁକ୍ତ ଆମ୍ବୁଲାନ୍ସ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କେନ୍ଦ୍ରାପଡା ଜିଲ୍ଲାର ପ୍ରତି ବ୍ଲକକୁ ମିଳିବ ଭେଂଟିଲେଟର ଯୁକ୍ତ ଆମ୍ବୁଲାନ୍ସ

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଜିଲ୍ଲାର ପ୍ରତି ବ୍ଲକକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିରୁ ଗୋଟିଏ ଲେଖାଏଁ ଭେଂଟିଲେଟର ଯୁକ୍ତ ଆମ୍ବୁଲାନ୍‌ସ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଜିଲ୍ଲାର ବିଧାୟକ ଓ ସରପଂଚଙ୍କ ସହିତ ଆଲୋଚନା କରି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କୋରୋନା ନିୟନ୍ତ୍ରଣ ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ପଂଚାୟତ ସରପଂଚଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ସେ ବିଜୁ ବାବୁଙ୍କ କଥା ମନେ ପକାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଯଦି ବିଜୁ ବାବୁ ଥାଆନ୍ତେ, ତାହା ହେଲେ ସରପଂଚଙ୍କ କାମରେ ବେଶ୍ ଖୁସି ହୋଇଥାଆନ୍ତେ ।

ଏଠାରେ ଉଲ୍ଲେଖେଯାଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲାରେ କରୋନା ଆରୋଗ୍ୟହାର ରାଜ୍ୟରେ ସର୍ବାଧିକ ୭୭ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ଶୂନ ଦଶମିକ ୩୩ ପ୍ରତିଶତ ରହିଛି । ସାରାଦେଶରେ ଏହି ହାର ସବ ର୍ନିମ୍ନ । ସେହିପରି ଜିଲ୍ଲାର ସଂକ୍ରମଣ ହାର ( ୨. ୨୫ ପ୍ରତିଶତ ) ରାଜ୍ୟରେ କମ୍ । ସଂରପଚମାନେ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା ସୂଚାରୁ ରୂପେ ଉପଯୋଗ କରିଥିବାରୁ ଜିଲ୍ଲାରେ କରୋନା ନିୟନ୍ତ୍ରଣ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଜିଲ୍ଲାବାସୀଙ୍କ ସହଯୋଗକୁ ମଧ୍ୟ ପ୍ରଶଂସା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ୫୫ ହଜାର ଭାଇ ଭଉଣୀ ଫେରିଛନ୍ତି । ସମସ୍ତଙ୍କ ସହଯୋଗରେ ଜିଲ୍ଲାରେ କୋରୋନା ପରିଚାଳନା କାଯ୍ୟ ର୍ ଯେଭଳି ସୁରୁଖୁରୁରେ ଚାଲିଛି,ସେଥିରେ କେନ୍ଦ୍ରାପଡା ଏକ ଆଦର୍ଶ ଜିଲ୍ଲାରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କେନ୍ଦ୍ରାପଡା ଜିଲ୍ଲାରେ ଖାଦ୍ୟ ସୁରକ୍ଷାରୁ ବଂଚିତ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ତୁରନ୍ତ ରାସନ କାର୍ଡ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସବୁ ବିଧାୟକ ଏବଂ ବିଭିନ୍ନ ପଂଚାୟତର ସରପଂଚ ଓ ଲୋକ ପ୍ରତିନିଧିମାନେ ଭାଗ ନେଇ ନିଜ ନିଜର ମତ ରଖିଥିଲେ । ଏଥିରେ ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , କେନ୍ଦ୍ରାପଡାର କୋଭିଡ ପର୍ଯ୍ୟବେକ୍ଷକ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ପ୍ରମୁଖ ଯୋଗ ଦେଇଥିଲେ ।

CM Naveen PatnaikCOVID-19