ମୋଷ୍ଟ ୱାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ବିକରିୱାଲକୁ ଭାରତ ଅଣାଗଲା | News Room Odisha

ମୋଷ୍ଟ ୱାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ବିକରିୱାଲକୁ ଭାରତ ଅଣାଗଲା

ନୂଆଦିଲ୍ଲୀ – ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଧରିବାରେ ନିୟୋଜିତ ସୁରକ୍ଷା ଏଜେନ୍ସିଙ୍କୁ ବଡ଼ ସଫଳତା ମିଳିଛି। ପଞ୍ଜାବର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଏବଂ ଖଲିସ୍ତାନୀ ଆତଙ୍କବାଦୀ ସୁଖ ବିକରିୱାଲକୁ ଭାରତ ଅଣାଯାଇଛି। ତାକୁ ଗୁରୁବାର ଦିନ ଦୁବାଇରୁ ଭାରତ ପ୍ରତ୍ୟର୍ପଣ କରାଯାଇଛି ।

ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ସୁଖ ବିକରିୱାଲକୁ ପଞ୍ଜାବରେ ଟାର୍ଗେଟ କିଲିଂରେ ସମ୍ପୃକ୍ତ ଥିଲା । ପଞ୍ଜାବର ଶୌର୍ଯ୍ୟ ଚକ୍ର ବିଜେତା ବଲୱିନ୍ଦର ସାନ୍ଧୁଙ୍କ ହତ୍ୟାରେ ମଧ୍ୟ ସୁଖ ବିକରିୱାଲର ସମ୍ପୃକ୍ତି ଥିଲା। ଏହା ବ୍ୟତୀତ ପଞ୍ଜାବର ନବାରେ ଘଟିଥିବା ଜେଲ ଭଙ୍ଗା ଘଟଣାରେ ତାର ହାତ ଥିଲା ।

ଏବେ ସୁଖ ବିକାରୀୱାଲ ଭାରତକୁ ପ୍ରତ୍ୟର୍ପିତ ହୋଇଥିବା ବେଳେ ତାକୁ ଉପରୋକ୍ତ ଘଟଣା ସମ୍ପର୍କରେ ପଚରାଉଚରା କରାଯିବ। ଏହାଛଡା ପଞ୍ଜାବର ଖାଲିସ୍ତାନୀ ଲିଙ୍କ୍ ଏବଂ ଟାର୍ଗେଟ କିଲିଂ ଘଟଣା ସମ୍ପର୍କରେ ବଡ଼ ଖୁଲାସା ହେବ ବୋଲି ଆଶା କରାଯାଉଛି ।