ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଉଠାଇ ନେଲା କ୍ରାଇମବ୍ରାଂଚ | News Room Odisha

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଉଠାଇ ନେଲା କ୍ରାଇମବ୍ରାଂଚ

ଭୁବନେଶ୍ୱର- ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏତଲା ଦାୟର ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଂଚ । ଗତକାଲି ରାତିରେ ୪ ଜଣଙ୍କୁ ଉଠାଇ ନିଆଯାଇଥିବା ସୂଚନା ମିଳିଛି । ଅନିରୁଦ୍ଧ ପଣ୍ଡା ନାମକ ଅଭିଯୁକ୍ତକୁ ଗୋପରୁ ଗିରଫ କରାଯାଇଛି । କୃଷ୍ଣଚନ୍ଦ୍ର ବେହେରା ନାମକ ଜଣେ ଅଭିଯୁକ୍ତଙ୍କ ସହ ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଉଠାଇ ନେଇଛି କ୍ରାଇମବ୍ରାଂଚ୍ । ଏହି ମାମଲାରେ ପୋଲିସ କା ର୍ଯ୍ୟାନୁଷ୍ଠାନରେ ଅସ ନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୧୬ ତାରିଖରେ ହେବ ।

Bhubaneswar Infocity Gang Rape IssueCrime Branch