ରାଜ୍ୟଗୁଡିକୁ ଅକ୍ସିଜେନ ବିତରଣ ପାଇଁ ସୁପ୍ରିମକୋର୍ଟ ଗଠନ କଲେ ଜାତୀୟ ଟାସ୍କଫୋର୍ସ | News Room Odisha

ରାଜ୍ୟଗୁଡିକୁ ଅକ୍ସିଜେନ ବିତରଣ ପାଇଁ ସୁପ୍ରିମକୋର୍ଟ ଗଠନ କଲେ ଜାତୀୟ ଟାସ୍କଫୋର୍ସ

ଭୁବନେଶ୍ୱର- କୋରୋନା ମହାମାରୀର ଦ୍ୱିତୀୟ ଲହର ସାରାଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ ରୋଗୀଙ୍କୁ ଅକ୍ସିଜେନ ଅଭାବ ମୁଖ୍ୟ ସମସ୍ୟା ପାଲଟିଛି । କେନ୍ଦ୍ର ସରକାର ସବୁ ରାଜ୍ୟକୁ ଠିକ୍ ଭାବେ ଅକ୍ସିଜେନ ଯୋଗାଇ ପାରୁ ନାହାନ୍ତି । ବିଜ୍ଞାନସମ୍ମତ ଭାବେ ଅକ୍ସିଜେନ ବିତରଣ ପାଇଁ ସୁପ୍ରିମକୋର୍ଟ ୧୨ ସଦସ୍ୟ ବିଶିଷ୍ଟ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି । ରାଜ୍ୟଗୁଡିକ ଅକ୍ସିଜେନ ବିତରଣ ଦାୟିତ୍ୱ ନେବ ଏହି ଟାସ୍କଫୋର୍ସ । ଏହି ଟାସ୍କଫୋର୍ସ ଅମ୍ଲଜାନ ବିତରଣ ଲାଗି ଦରକାର ପଡୁଥିବା ମାନବ ସମ୍ବଳ କେନ୍ଦ୍ର ସରକାରଙ୍କଠାରୁ ନେବ । ଏଥିପାଇଁ ସମସ୍ତ ସ୍ୱାଧୀନତା ଦିଆଯାଇଛି । ମହାମାରୀ ବେଳେ ଜାତୀୟ ସ୍ତରରେ ଜନସ୍ୱାସ୍ଥ୍ୟ ସେବା ସହଜ କରିବା ଉଦ୍ଦେଶ୍ୟରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି ।