ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୨ ହଜାର ୭୦୬ ରୋଗୀ, କଟକ ଜିଲ୍ଲାରୁ ସର୍ବାଧିକ ୪୧୧ ସୁସ୍ଥ | News Room Odisha

ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୨ ହଜାର ୭୦୬ ରୋଗୀ, କଟକ ଜିଲ୍ଲାରୁ ସର୍ବାଧିକ ୪୧୧ ସୁସ୍ଥ

ଭୁବନେଶ୍ୱର – ରାଜ୍ୟରେ ଆଜି ଆଉ ସୁସ୍ଥ ହୋଇଛନ୍ତି ୨ ହଜାର ୭୦୬ କୋରୋନା ଆକ୍ରାନ୍ତ । ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୮ ହଜାର ୧କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ସର୍ବାଧିକ ୪୧୧ , ଖୋର୍ଧା ଜିଲ୍ଲାରୁ ୩୫୪, ମୟୂରଭଂଜରୁ ୨୩୩, ଗଂଜାମରୁ ୧୭୩ , ନୟାଗଡରୁ ୧୫୨, ବରଗଡ ଜିଲ୍ଲାରୁ ୧୩୯ ଓ ପୁରୀ ଜିଲ୍ଲାରୁ ୧୩୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ରାୟଗଡା ଜିଲ୍ଲାରୁ ୧୦୧, ଝାରସୁଗୁଡାରୁ ୯୩ ଓ ଯାଜପୁର ଜିଲ୍ଲାରୁ ୯୨ ଜଣ ସୁସ୍ଥ ହୋଇଛନ୍ତି ।