ରାଜ୍ୟରେ ଗତ ୨୪ ଘଂଟାରେ ୩୪୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଗତ ୨୪ ଘଂଟାରେ ୩୪୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୪୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୯୭ ଓ ସ୍ଥାନୀୟ ଅଂଚଳରୁ ୧୪୬ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪୧, ଖୋର୍ଦ୍ଧା ଜିଲ୍ଲାରୁ ୩୨, ଅନୁଗୁଳରୁ ୩୨, ପୁରୀରୁ ୨୨, କଟକରୁ ୨୧ , ମୟୂୂରଭଞ୍ଜରୁ ୨୦, ବଲାଙ୍ଗିରରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩ ଲକ୍ଷ ୨୨ ହଜାର ୬୪୨କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୧୭ ହଜାର ୪୧୨ ସୁସ୍ଥ ହୋଇସାରିଲେଣି । ୩ ହଜାର ୩୮୨ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଏଣେ ଗତ ୨୪ ଘଂଟାରେ ରାଜ୍ୟରେ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

COVID-19