ରାଜ୍ୟରେ ଗତ ୨୪ ଘଂଟାରେ ୩୮୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଗତ ୨୪ ଘଂଟାରେ ୩୮୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୩୮୭ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୨୦ ଓ ସ୍ଥାନୀୟ ଅଂଚଳରୁ ୧୬୭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୮, ଖୋର୍ଦ୍ଧା ଜିଲ୍ଲାରୁ ୫୧, ଅନୁଗୁଳରୁ ୨୭, ମୟୂରଭଞ୍ଜରୁ ୨୩, ଭଦ୍ରକରୁ ୨୧, କଟକରୁ ୧୯ ବରଗଡରୁ ୧୭,ବଲାଙ୍ଗିରରୁ ୧୬, ବାଲେଶ୍ୱରରୁ ୧୬, ପୁରୀରୁ ୧୪ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬ ଆକ୍ରାନ୍ତ ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୨୯କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୧୭ ହଜାର ୮୭୦ ସୁସ୍ଥ ହୋଇସାରିଲେଣି । ୩ ହଜାର ୩୦୮ ଜଣ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

COVID-19