ରାଜ୍ୟରେ ଦିନକରେ ୧୧ ହଜାର ୮୦୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୨୧ ମୃତ | News Room Odisha

ରାଜ୍ୟରେ ଦିନକରେ ୧୧ ହଜାର ୮୦୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୨୧ ମୃତ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୧୧ ହଜାର ୮୦୫ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୬ ହଜାର ୬୧୧ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୧ ହଜାର ୨୦୯ ଓ କଟକରୁ ୧ ହଜାର ୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୬୬୮, ସମ୍ବଲପୁରରୁ ୫୫୩, ବରଗଡରୁ ୪୨୧, ଯାଜପୁରରୁ ୩୯୨, ପୁରୀରୁ ୩୮୮, କଳାହାଣ୍ଡିରୁ ୩୭୭,ମୟୂରଭଞ୍ଜରୁ ୩୭୪, ବଲାଙ୍ଗୀରରୁ ୩୫୮, ଗଞ୍ଜାମରୁ ୩୩୧, ଝାରସୁଗୁଡାରୁ ୩୨୭, ନୂଆପଡାରୁ ୩୦୭, ବାଲେଶ୍ୱରରୁ ୩୦୩, ଭଦ୍ରକରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ନୟାଗଡରୁ ୨୮୦, ଜଗତସିଂହପୁରରୁ ୨୭୪, ଢେଙ୍କାନାଳରୁ ୨୮୦, ବୌଦ୍ଧରୁ ୨୪୬, ନବରଙ୍ଗପୁରରୁ ୨୩୯, ସୋନପୁରରୁ ୨୧୪, କୋରାପୁଟରୁ ୧୯୬, କେନ୍ଦୁଝରରୁ ୧୮୮, କେନ୍ଦ୍ରାପଡାରୁ ୧୪୭, ରାୟଗଡାରୁ ୧୩୭, ଗଜପତିରୁ ୧୧୫, ଦେବଗଡରୁ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୨୧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋରୋନା ମୃତ୍ୟୁସଂଖ୍ୟା ୨ ହଜାର ୨୯୪କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଏ ଯାବତ କୋରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୬ ଲକ୍ଷ ୪୯୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୪ ଲକ୍ଷ ୯୧ ହଜାର ୬୭୪ । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୪୭୧କୁ ବୃଦ୍ଧି ପାଇଛି ।

COVID-19