ରାଜ୍ୟରେ ଦିନକରେ ୨୫୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ପାର | News Room Odisha

ରାଜ୍ୟରେ ଦିନକରେ ୨୫୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ପାର

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟାରେ ୨୫୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୪୮ ଓ ସ୍ଥାନୀୟ ଅଂଚଳରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୧୧୭କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩୫, ସୁନ୍ଦରଗଡରୁ ୩୪, ଅନୁଗୁଳରୁ ୩୧, ନୂଆପଡାରୁ ୨୩, ବରଗଡରୁ ୧୫, ଖୋର୍ଦ୍ଧାରୁ ୧୪, ଯାଜପୁରରୁ ୧୪, ବଲାଙ୍ଗୀରରୁ ୧୩, ପୁରୀରୁ ୧୨, କଟକରୁ ୪ ଓ ଗଞ୍ଜାମ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୩ ଲକ୍ଷ ୨୫ ହଜାର ୭୩୩ ରୋଗୀ ସୁସ୍ଥ ହୋଇସାରିଲେଣି । ୨ ହଜାର ୪୫୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19