ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ, ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ, ଭୁବନେଶ୍ୱର ଉତ୍ତପ୍ତ ସହର | News Room Odisha

ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ, ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ, ଭୁବନେଶ୍ୱର ଉତ୍ତପ୍ତ ସହର

ଭୁବନେଶ୍ୱର –କିଛି ଦିନର ବ୍ୟବଧାନ ପରେ ରାଜ୍ୟର କିଛି ଅଂଚଳରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି । ଆଜି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଆଜି ଏଠାରେ ଦିନର ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବୌଦ୍ଧରେ ୪୨ ଦଶମିକ ୪ ଡିଗ୍ରୀ ସେଲସିୟସ, ବାରିପଦାରେ ୪୨ ଦଶମିକ ୪, ଟିଟିଲାଗଡରେ ୪୨, ଝାରସୁଗୁଡାରେ ୪୧ ଦଶମିକ ୮, ନୟାଗଡ ଓ ସମ୍ବଲପୁରରେ ୪୧ ଦଶମିକ ୫, ବଲାଙ୍ଗୀରରେ ୪୧ ଦଶମିକ ୨, ତାଳଚେରରେ ୪୧ ଦଶମିକ, ସୋନପୁର ଓ ସୁନ୍ଦରଗଡରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନୁଗୁଳ ଓ ବାଲେଶ୍ୱରରେ ତାପମାତ୍ରା ୪୦ ଦଶମିକ ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କଟକର ତାପମାତ୍ରା ୪୦ ଦଶମିକ ୮, ଭବାନୀପାଟଣାର ୪୦ ଦଶମିକ ୬, ହୀରାକୁଦ ୪୦ ଦଶମିକ ୩ ଓ ମାଲକାନଗିରିର ତାପମାତ୍ରା ୪୦ ଡିଗ୍ରୀ ରହିିଛି ।