ରାଜ୍ୟରେ ଶୀତ ଲହରୀ ଜାରି, ୨୪ ଘଂଟାରେ ୧୫ ଡିଗ୍ରୀ ତଳେ ୧୬ଟି ସହରର ତାପମାତ୍ରା | News Room Odisha

ରାଜ୍ୟରେ ଶୀତ ଲହରୀ ଜାରି, ୨୪ ଘଂଟାରେ ୧୫ ଡିଗ୍ରୀ ତଳେ ୧୬ଟି ସହରର ତାପମାତ୍ରା

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଗତ୨୪ ଘଂଟାରେ ରାଜ୍ୟର ୧୬ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ସୋନପୁର ଥିଲା ସବୁଠୁ ଥଣ୍ଡା ସହର । ଏଠାରେ ତାପମାତ୍ରା ଥିଲା ୮ ଦଶମିକ ୪ ଡିଗ୍ରୀ ସେଲସିୟସ । ଦାରିଙ୍ଗବାଡିରେ ୯ ଓ ଫୁଲବାଣୀରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କନ୍ଧମାଳରେ ଶୀତ ପ୍ରବାହ ଜାରି ରହିଛି । ଜିଲ୍ଲାର ବାଲିଗୁଡା, ଦାରିଙ୍ଗିବାଡି, ବେଲଘର, ତୁମୁଡିବନ୍ଧ ଓ କୋଟଗଡ ଆଦି ଅଂଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡା ସହିତ ଘନ କୁହୁଡି ଦେଖିବାକୁ ମିଳୁଛି ।